ଲୋପ ପାଇବାକୁ ବସିଲାଣି ଗୋଟିପୁଅ ନାଟନୃତ୍ୟ
ଗୋଟିପୁଅ ନୃତ୍ୟ ଓଡ଼ିଆର ଏକ ପ୍ରମୁଖ ଶାସ୍ତ୍ରୀୟ ନୃତ୍ୟ ବା ନାଟ, ଏହା ପୁରୀ ଜିଲ୍ଲାରୁ ପ୍ରଥମ ଆରମ୍ଭ ହୋଇଥିଲା ,ଯାହା ବର୍ତ୍ତମାନ ସମୟରେ ହଜିବାକୁ ବସିଲାଣି । ଏହି ଗୋଟିପୁଅ ନୃତ୍ୟ ଏବେର ସମୟରେ ପୁରୀର ରଘୁରାଜପୁରରେ କିଛି ନୃତ୍ଯ ଶିଳ୍ପୀଙ୍କୁ ଦେଖିବାକୁ ମିଳିଛି । ଯାହାର ସଂଖ୍ୟା ମାତ୍ର ୧୪ କି ୧୫ ଜଣ ଗୋଟିପୁଅର ଏକ ଅର୍ଥ ରହିଛି। ଗୋଟିର ଅର୍ଥ ଜଣେ ଗୋଟିଏ ପୁଅକୁ ନେଇ ଏହି ନୃତ୍ଯ କରୁଥିବାରୁ
ଏହାର ନାମ କରଣ ଗୋଟିପୁଅ ବୋଲି କୁହାଯାଏ । ଗୋଟିପୁଅ ନୃତ୍ୟକୁ ବହୁତ ମହାନ ଓଡିଶୀ ଗୁରୁମାନେ ମଧ୍ଯ ଏହି ନାଟ ନୃତ୍ୟର ଶିକ୍ଷାଲାଭ କରିଥିଲେ। ଏହି ନୃତ୍ୟର ଇତିହାସ ସମ୍ପର୍କରେ ବା କେବେଠାରୁ ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନରଣ ନୃତ୍ୟଶିଳ୍ପୀମାନେ କରିପାରୁନାହଁନ୍ତି ବା କିଛି ପ୍ରମାଣ ନାହିଁ । ଯାହା ପୁରୁଣା କଳାକାରମାନଙ୍କ କହିବା ଅନୁଯାଇ, ପ୍ରତାପରୁଦ୍ର ଦେବଙ୍କ ଶାସନ କାଳରେ ଏହା ବେଶ୍ ପ୍ରଚଳନ ଥିଲା। ତାପରେ ମୁସଲମାନ ଶାସନ ସମୟରେ ଏହି ନୃତ୍ଯକୁ ଆଉ ପ୍ରାଧାନ୍ୟ ନଦେବାରୁ ନୃତ୍ଯ ଆଉ ଆଗକୁ ଯାଇପାରି ନଥିଲା । ଯାହା ସମୟ କ୍ରମେ ଧୀରେଧୀରେ ଲୋପ ପାଇବାକୁ ବସିଲା , ଗୋଟିପୁଅ ନ
ଟ ଆମ ଓଡ଼ିଆ ସଂସ୍କୃତି ଓ ଚଳଣି ପରମ୍ପରାକୁ ନେଇ ପରିବେଷଣ କରାଯାଏ। ଏହା ବଡ କଠିନ ନୃତ୍ଯ ହୋଇଥିବାରୁ ପିଲାବେଳୁ ଏହାର ଶିକ୍ଷାଲାଭ କରାଯାଏ। ଏହାର ସାଜସଜା ବହୁତ ସୁନ୍ଦର ହୋଇଥାଏ। ଏହି ନାଟରେ ପୁଅମାନଙ୍କୁ ନାରୀମାନ ଭଳି ସଜେଇ ହେବା ସହ ନାରୀର ଭାବକୁ ଆଣିବାକୁ ପଡିବ ଯାହା ବଡ କଠିନ ଓ ସରଳ ଯଦି ନାଟ କୁ ଠିକ ଭାବରେ ବୁଝିବ ବହୁତ ସହଜ ନାରୀଭାବକୁ ଆଣିବା ପାଇଁ ଏହି ନୃତ୍ଯ କଳା ପାଇଁ ପୁଅମାନେ ଲମ୍ବା ଚୁଟି ରଖିଥାନ୍ତି। ଏହାକୁ ଜଟାକରି ଫୁଲ ଏଥିରେ ଖୋସାଯାଏ ।ଓ ମୁଁହରେ ଚନ୍ଦନ, କୁକୁମ ଲଗାଯାଏ। ଓଡିଶୀ ନୃତ୍ଯ ଭଳି ଏମାନେ ମଧ୍ୟ ଲୁଗା ପିନ୍ଧିଥାନ୍ତି। ଆଗରୁ କୁଞ୍ଜୁଲି ପିନ୍ଧା ଯାଉଥିଲା। ଅଣ୍ଟାରେ ଏକ ଓଢଣା ବନ୍ଧାଯାଏ, ବର୍ତ୍ତମାନ ସମୟରେ ତାହା ପରିବର୍ତ୍ତନ ହୋଇଛି। ନୃତ୍ଯଶିଳ୍ପୀ ବା ନାଟୁଆମାନେ ଅଲଗା ଅଲଗା ପ୍ରକାର ସଜେଇ ହୁଅନ୍ତି। ବାହୁରେ ବାଜୁ,କାନରେ ଅଳଙ୍କାର, ନାକରେ ନାକଫୁଲ, ଗଳାରେ ହାର ,ପିନ୍ଧାଯାଏ। ଏମାନେ ହାତରେ ଅଳତା ଓ ପାଦରେ ଅଳତା ଆଙ୍କିଥାନ୍ତି। ତାପରେ ନୃତ୍ଯ ବା ନାଟ ପରିବେଷଣ କରିଥାନ୍ତି। ଗୋଟିପୁଅ ସାରା ଭାରତ ବର୍ଷରେ ଓ ବିଦେଶରେ ମଧ୍ଯ ବେଶ ପରିଚିତ ଥିଲେ ମଧ୍ଯ ତାହା ବର୍ତ୍ତମାନ ଲୁପ୍ତ ଅବସ୍ଥାରେ। ରଘୁରାଜପୁର ର ଗୋଟିପୁଅ ଏକମାତ୍ର ନୃତ୍ୟଶିଳ୍ପୀ ଗୁରୁ ଗୌରାଙ୍ଗ ନାୟକ କହିଛନ୍ତି ଏହି ନୃତ୍ଯ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଗୋଟିପୁଅ ର କୌଣସିପ୍ରକାର ଶିକ୍ଷାନୁଷ୍ଠାନ ନଥିବାରୁ ଏହି ନୃତ୍ଯ ସମ୍ପର୍କରେ ଆଜିର ଆଧୁନିକ ଯୁଗର ପିଲାମାନେ ଜାଣିପାରୁ ନାହାନ୍ତି କିମ୍ବା ସରକାରଙ୍କର କୌଣସିପ୍ରକାର ସରକାରୀ ସହାୟତା ଆସୁନାହିଁ।
ଆମ ସଂସ୍କୃତି,ନୃତ୍ଯ,ନାଟକ, ପରମ୍ପରା ବଞ୍ଚାଇବାକୁ ହେଲେ ଏହାର ଅନୁଷ୍ଠାନ ଖୋଲିବାକୁ ପଡିବ, ବିଶେଷ କରି ଏହି ନୃତ୍ଯ ପାଇଁ ଅଧିକ କଠିନ ପରିଶ୍ରମ କରିବାକୁ ପଡିବ ଏଣୁ ପିଲାଦିନରୁ ଏହାର ଶିକ୍ଷାଲାଭ କରିବାକୁ ପଡିଥାଏ। ଏଣୁ ଅନେକଙ୍କୁ ସାହାଯ୍ଯ ମାଗିବାରୁ କିଛି ନ ମଳିବାରୁ ପଦ୍ମଶ୍ରୀ ନୃତ୍ଯଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ମାଟିରେ ରହି କିଛି ପିଲାମାନଙ୍କୁ ନେଇ ନୃତ୍ଯ ଶିକ୍ଷା ଦେଉଛନ୍ତି। ସେ କହିଛନ୍ତି ଯଦି ଏହି ଶାସ୍ତ୍ରୀୟ ନୃତ୍ଯ ନାଟ୍ୟର ଶିକ୍ଷା କେହି ନେବେନାହିଁ ତେବେ ଏହା ଅତିଶୀଘ୍ର ଲୋପ ପାଇଯିବ ବର୍ତ୍ତମାନ ର ଯୁବପିଢି ଏହି ଗୋଟିପୁଅ ନୃତ୍ୟ ବିଷୟରେ ଅବଗତ ମଧ୍ଯ ନାହାଁନ୍ତି ପ୍ରକୃତରେ ସଂସ୍କୃତି ବିଭାଗ ଓ ପ୍ରସାଶନ ର ଏଥିପ୍ରତି ଦୃଷ୍ଟିପାତ କରିବା ଆବଶ୍ୟକ ବୋଲି ନୃତ୍ଯଗୁରୁ ଗୌରାଙ୍ଗ ନାୟକ କହିଛନ୍ତି। ଏବଂ ଆହୁରି ମଧ୍ଯ କହିଛନ୍ତି ନୃତ୍ଯ ଶିକ୍ଷାନୁଷ୍ଠାନ କରିବା ପାଇଁ ଗୃହ ନିର୍ମାଣ ଯୋଗାଇବା ଦରକାର ଏବଂ ସଂସ୍କୃତିର, ନୃତ୍ଯ, ନାଟକ ର ପ୍ରଚାର କରିବା ଦରକାର କାହିଁକି ନା ଏହି ଶାସ୍ତ୍ରୀୟ ପରମ୍ପରା ପାଇଁ ଓଡିଶା ସାରା ବିଶ୍ବରେ ପରିଚିତ।
Reporting- Soumyaranjan Rout
Comments
Post a Comment